ଅନ୍ୟାନ୍ୟ

ବୀମା ଓ ପେନସନ ସମେତ ୯ ଦଫା ଦାବି, ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଲା ଡ୍ରାଇଭର ମହାସଂଘ

By Angul TV Bureau

November 02, 2022

ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁସାରେ, ଆଜି ଦିନ ୧୧ ଟା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଡ୍ରାଇଭର ମହାସଂଘର ଏକ ବିଶାଳ ପଦ ଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚି ଥିଲା। ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ୯ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରକୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ଏହି ଦାବିଗୁଡି଼କ ମଧ୍ୟରେ ଡ୍ରାଇଭରଙ୍କୁ ପେନସନ, ବୀମା ଯୋଗାଇବା ଆଦି ରହିଛି। ବିଶ୍ରାମ ପାଇଁ ପାର୍କିଂ ଜାଗାରେ ବିଶ୍ରାମଗୃହ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ଏହି ପଦ ଯାତ୍ରାରେ ଡ୍ରାଇଭର ମହାସଂଘର ୮ଟି ବ୍ଲକର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।