ଅନ୍ୟାନ୍ୟ

ପାଳଲହଡ଼ାରେ ମରୁଡ଼ି ସ୍ଥିତି, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

By Angul TV Bureau

December 20, 2022

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ କୁଞ୍ଜାମ ଇଁଜିଡି ରୋହିଲା ମୁଣ୍ଡୁରି ବେଡ ପଞ୍ଚାୟତରେ ସ୍ୱଳ୍ପ ବର୍ଷା ଯୋଗୁ ମରୁଡ଼ି ପରିସ୍ଥିତି ଉତ୍ପନ୍ନ ହୋଇଛି। ଫଳରେ ଚଳିତବର୍ଷ ଗାଁରେ ଭଲ ଧାନ ଫସଲ ହୋଇନାହିଁ। ଏ ନେଇ ସୋମବାର ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ଵରେ ଗାଁ ଲୋକେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ମରୁଡ଼ି ଘୋଷଣା ଓ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

ସେମାନଙ୍କ ଦାବି ମୁତାବକ, ଧାନ କଟା ଶେଷ ହେବାକୁ ବସିଲାଣି। କିନ୍ତୁ ଚଳିତବର୍ଷ ଭଲ ଅମଳ ହୋଇନାହିଁ। ଆଉ ବଳକା ଫସଲକୁ ହାତୀ ଓ ବାରହାମାନେ ନଷ୍ଟ କରିଦେଇଛନ୍ତି। ଏଣୁ ଚାଷୀମାନେ ଋଣ ବୋଝ ସୁଝିବାକୁ ଅସମର୍ଥ ହୋଇପଡ଼ିଛନ୍ତି।

ଅନ୍ୟପଟେ ଆରଆଇ, କୃଷି କର୍ମଚାରୀ, ଇନ୍ସୁରାନ୍ସ କମ୍ପାନୀ, ମରୁଡ଼ି ଗ୍ରସ୍ତ ଅଞ୍ଚଳ ଗସ୍ତ କରୁ ନଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ମରୁଡ଼ି ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ନଚେତ ପାଞ୍ଚ ପଞ୍ଚାୟତ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଥିଲେ।

ଏ ଅବସରରେ ଅକ୍ଷୟ କୁମାର ପ୍ରଧାନ, ପଦ୍ମଲୋଚନ ସାମଲ, ଫକୀର ମୋହନ ସାହୁ, ମୁରଲୀ ଧର ମହାପାତ୍ର, ମୋହନ ସାମଲ, ଶଙ୍କର ମହାନ୍ତି, ମୁକୁନ୍ଦ ବିଶ୍ଵାଳ, ଦେବାଶିଷ କିଶନ, ଅକ୍ଷୟ ସାହୁ ପ୍ରମୁଖ ଭେଟି ଥିଲେ।