ଅନୁଗୋଳ: ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ର ଅଂଶସ୍ୱରୂପ ଅନୁଗୋଳ ପୋଲିସ ପକ୍ଷରୁ ଆଜି ବଡ଼ ପରିମାଣର ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ଏସ୍ପି ରାହୁଲ ଜୈନଙ୍କ ତତ୍ତ୍ୱାବଧାନରେ ନାଲକୋ ଇନସିନେରେଟରରେ ୮୦୦ କିଲୋଗ୍ରାମରୁ ଅଧିକ ଜବତ ଗଞ୍ଜେଇକୁ ନଷ୍ଟ କରାଯାଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।ତେବେ ବେଆଇନ ନିଶା କାରବାରକୁ ରୋକିବା ସହ ନିଶାଦ୍ରବ୍ୟ ବିରୋଧରେ ଚାଲିଥିବା ଲଢ଼େଇକୁ ଆହୁରି ସୁଦୃଢ଼ କରିବା ଦିଗରେ ଅନୁଗୋଳ ପୋଲିସର ଏହା ଏକ ପ୍ରମୁଖ ପଦକ୍ଷେପ। ନିଶା କାରବାର ବିରୋଧରେ ପୋଲିସର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି।