ଘଟଣା ଓ ଦୁର୍ଘଟଣା

ଠାକୁରଗଡ଼ରେ ମଦ୍ୟପ ଚାଳକ ଗିରଫ, ବାଇକ୍ ଜବତ

By Angul TV Bureau

December 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପୋଲିସ ସୋମବାର ଠାକୁରଗଡ଼ ଅଞ୍ଚଳରେ ବିଭିନ୍ନ ଗାଡ଼ି ମୋଟର ଯାଞ୍ଚ କରିଛି। ଉଭୟ ପାର୍ଶ୍ୱରୁ ଆସୁଥିବା ସମସ୍ତ ବାଇକ୍‌ଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା।

ଏହି ଯାଞ୍ଚ ସମୟରେ ମଦ୍ୟପାନ କରି ବାଇକ୍ ଚଳାଉଥିବା ଅଭିଯୋଗରେ ଜଣେ ଚାଳକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ହଣ୍ଡପା ଥାନା ଅନ୍ତର୍ଗତ ପାପସରା ଗ୍ରାମର ମୟୂର ସାହୁ।

ପୋଲିସ ତାଙ୍କର ବାଇକ୍ ନମ୍ବର (ଓଆର-୦୨ ବିଆର-୯୯୯୪)କୁ ମଧ୍ୟ ଜବତ କରିଛି। ଏହି ଘଟଣାକୁ ନେଇ ଠାକୁରଗଡ଼ ଥାନାରେ କେସ୍ ନମ୍ବର ୩୨୦/୨୫ରେ ଏକ ମାମଲା ରୁଜୁ କରାଯାଇଛି।