ଅନୁଗୁଳ: ବ୍ରାଉନ ସୁଗାର ସେବନ କରୁଥିବା ଜଣେ ନିଶାଖୋର ଯୁବକ ନିଜ ବାମ ହାତକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡ଼ିଛି।ତାଳଚେର ଅଂଚଳର ଜଣେ ଯୁବକ ବ୍ରାଉନ ସୁଗାର ନିୟମିତ ନେଉଥିବା ବେଳେ ଏବେ ପୋଲିସ ଓ ଅବକାରୀ ବିଭାଗର ଘନ ଘନ ଚଢ଼ାଉ ଯୋଗୁଁ ଆଉ ମିଳିପାରୁନାହିଁ। ତେଣୁ ଯୁବକ ଜଣକ ଉତ୍ତେଜିତ ହୋଇ ନିଜ ହାତକୁ କାଟି ଦେଇଥିଲେ। ଅଧିକ ରକ୍ତସ୍ରାବ ହେତୁ ଘର ଲୋକ ତାଙ୍କୁ ଅନୁଗୁଳ ଡାକ୍ତରଖାନା ଆଣିଥିଲେ। ଚିକିତ୍ସିତ ହେବାପରେ ସେ ଘରକୁ ଫେରିଯାଇଛନ୍ତି।