ଅନ୍ୟାନ୍ୟ

ଦେହ ଖରାପ ବୋଲି ୩୦୦ଟଙ୍କାରେ ଶିଶୁପୁତ୍ର ବିକ୍ରି !!

By Biswaranjan Pattnaik

October 09, 2021

ଅନୁଗୁଳ: ବାରମ୍ବାର ଦେହ ଖରାପ ରହୁଛି,ଯେତେ ଡାକ୍ତରୀ ଚିକିତ୍ସା କଲେବି ଦେହ ଭଲ ରହୁନି,ଜର ଛାଡୁନି। ଏଭଳି ସମୟରେ ବାଧ୍ୟ ହୋଇ ଦୁଇ ବର୍ଷର ଶିଶୁ ପୁତ୍ରକୁ ମାତ୍ର ତିନି ଶହ ଟଙ୍କାରେ ବିକି ଦେଇଛି ବାପା। ଆଜିର ବିଜ୍ଞାନ ଯୁଗରେ ଏଭଳି ଏକ ଘଟଣା ଘଟିଚି ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁରେ। ତେବେ ଆପଣ ଯେଭଳି ଭାବୁଛନ୍ତି କଥାଟା ଠିକ ସେୟା ନୁହଁ। ଏ ଛୁଆ ବିକ୍ରୀ ଘଣ୍ଟାକ ପାଇଁ। ଧର୍ମ ଓ ଅନ୍ଧବିଶ୍ୱାସକୁ ନେଇ ଏଭଳି ଘଟଣା ଘଟିଛି। ଅନାମ ଓ ସିଲୁ ଦୁଇ ବନ୍ଧୁ। ଅନାମର ଦୁଇ ବର୍ଷର ଶିଶୁ ପୁତ୍ର ରହିଛି। ବହୁ ପୂଜାର୍ଚନା ପରେ ପୁଅଟିଏ ହୋଇଥିଲେ ମଧ୍ୟ ତା ଦେହ ବାରଂବାର ଖରାପ ରହୁଛି।ଡାକ୍ତରୀ ଔଷଧ କାମ କରୁନି। ତେଣୁ ଗାଁ ଗହଳିର ବିଶ୍ୱାସ ଅନୁଯାଇ ଅନାମ ସ୍ଥିର କଲା ପୁଅକୁ ବିକିଦେବା ଗତ ଶୁକ୍ରବାର ଦିନ ସେ କାଳିଆକଟା ସ୍ଥିତ ସିଲୁ ଘରେ ପହଞ୍ଚି ପୁଅକୁ ତିନି ଶହ ଟଙ୍କାରେ ବିକିଥିଲା।ପୂଜାର୍ଚ୍ଚନା ପରେ ସିଲୁ ଘରେ ଘଣ୍ଟାଟେ ରହି ଅନାମ ତା ପୁଅକୁ ଘରକୁ ନେଇଯାଇଥିଲ। ଓଡ଼ିଶାର ଗାଁ ଗହଳିରେ ଏଭଳି ଛୁଆ ବିକ୍ରି ଏବଂ ବିବାହ ପୂର୍ବରୁ ପୁଣୀ ଛୁଆକୁ କିଣିବାଭଳି ଅଜବ ପରମ୍ପରା ଆଜିଯାଏ ମଧ୍ୟ ପ୍ରଚଳିତ ଅଛି ।