ମୁଖ୍ୟ ଖବର

ପିଲାଙ୍କ ସ୍କୁଲ ଯିବା ରାସ୍ତାକୁ ଖୋଳିଦେଲେ, କେମିତି ପାଠ ପଢ଼ିବାକୁ ଯିବେ ଛାତ୍ରଛାତ୍ରୀ?

By Angul TV Bureau

April 22, 2025

ଅନୁଗୁଳ: ପିଲାଙ୍କ ସ୍କୁଲ ଯିବା ରାସ୍ତାକୁ ଖୋଳିଦେଲେ। ଆଉ ଶିକ୍ଷକ ମାଟି ପକାଇବାରୁ କଲେ ବିରୋଧ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଏ ନେଇ ବିଦ୍ୟାଳୟ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଠାରେ ୧୫ ବର୍ଷ ହେବ ଚାଲିଥିବା ସରସ୍ୱତୀ ଶିଶୁ ମନ୍ଦିରକୁ ଯାଉଥିବା ସରକାରୀ ରାସ୍ତାକୁ ଗତ ୧୧ ତାରିଖରେ କେହି ଖୋଳି ଦେଇଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିରେ ମାଟି ଭର୍ତ୍ତି କରିଥିଲେ। ଏହି ସମୟରେ ଛେଳିଆପଡା ଗ୍ରାମର ରଶ୍ମି ପ୍ରଧାନ ଘଟଣାସ୍ଥଳରେ କିଛି ଲୋକଙ୍କୁ ନେଇ ପହଞ୍ଚି ସେହି ରାସ୍ତାରେ ଚଳାଇ ନଦେବାକୁ ଧମକ ଦେଇଥିଲେ। ବିଦ୍ୟାଳୟ ଦାୟିତ୍ବରେ ଥିବା ସୁକାନ୍ତ କୁମାର ବିଶ୍ୱାଳଙ୍କୁ ଉପସ୍ଥିତ ଲୋକେ ଧମକଚମକ ଦେଇଥିଲେ।ଶେଷରେ ରଶ୍ମି ପ୍ରଧାନଙ୍କ ପ୍ରୋତ୍ସାହନରେ ଗାଁ ହିଙ୍ଗୁଳା ମନ୍ଦିର ନିକଟକୁ ସୁକାନ୍ତଙ୍କୁ ଡାକି ଗୁଣ୍ଠ ପିଛା ଲକ୍ଷେ ଟଙ୍କା ଦେଲେ ରାସ୍ତା ନେଇ ବାଟ ଫିଟିବ ବୋଲି କହିଥିଲେ। ଏନେଇ ବିଦ୍ୟାଳୟ ଚେୟାରମ୍ୟାନ ସୁକାନ୍ତ ବିଶ୍ଵାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।