ଘଟଣା ଓ ଦୁର୍ଘଟଣା

ଝିଙ୍କି ନେଲେ ନକଲି ମଙ୍ଗଳସୂତ୍ର

By Biswaranjan Pattnaik

April 19, 2024

ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗ ଖ୍ରୀଷ୍ଟିଆନପଡ଼ାରୁ ଗୁରୁବାର ଦିନ ପ୍ରାୟ ଦଶଟା ସମୟରେ ଜଣେ ମହିଳା ସିମିଳିପଡ଼ା ଆଡ଼କୁ ଯାଉଥିବା ବେଳେ ବାଇକରେ ଆସୁଥିବା ଦୁଇ ଲୁଟେରା ମହିଳାଙ୍କ ବେକରୁ ମଙ୍ଗଳସୂତ୍ରକୁ ଝିଙ୍କୀ ନେଇଥିଲେ। ଏଥିରେ ମହିଳା ଜଣକର ବେକ ଖଣ୍ଡିଆ ହୋଇଯାଇଥିଲା। କିଛି ବାଟ ଗଲାପରେ ମଙ୍ଗଳସୂତ୍ରଟି ନକଲି ହୋଇଥିବାରୁ ଲୁଟେରା ଦ୍ବୟ ଫିଙ୍ଗି ଦେଇ ପଳାଇଥିଲେ। ମହିଳା ଜଣକ ସିମିଳିପଡ଼ାର ଏକ ନର୍ସିଂ ହୋମରେ ରୋଷେଇୟା ଭାବେ କାମ କରନ୍ତି।ଘଟଣା ନେଇ ପୋଲିସରେ କୌଣସି ଅଭିଯୋଗ ହୋଇନାହିଁ।

ଗତ କାଲି ତାମ୍ରିତ କଲୋନୀର ଜଣେ ମହିଳାଙ୍କ ବେକରୁ ମଧ୍ୟ ଦୁଇ ବାଇକ୍ ଆରୋହୀ ସୁନା ଚେନ ଝୀଙ୍କି ନିଆ ଯାଇଥିବା ଅଭିଯୋଗ ହୋଇଥିଲା। କିଛି ଦିନର ନୀରବତା ପରେ ସୁନା ଚେନ ଲୁଟେରା ପୁଣି ସକ୍ରିୟ ହୋଇଥିବା ଜଣା ପଡ଼ିଛି ।