କଳା ଓ ସଂସ୍କୃତି

ବଅଁରପାଳରେ ଦୁର୍ଗା ପୂଜା ଉତ୍ସବ ମୁଖର

By Angul TV Bureau

September 30, 2025

ବଅଁରପାଳ: ଶାରଦୀୟ ଦୁର୍ଗା ପୂଜା ପାଇଁ ବଅଁରପାଳ ଉତ୍ସବମୁଖର ହୋଇଛି। ୪ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ୩ ଅକ୍ଟୋବର ଶୁକ୍ରବାର ଭଷାଣି ଉତ୍ସବରେ ସମାପନ ହେବ। ୨୯ ତାରିଖରେ କଳସ ଯାତ୍ରା ସହ ମାଙ୍କୁ ଆବାହନ କରାଯାଇଥିଲା। ସିମିଳି ସାହି, ଦୁର୍ଗା ବଜାର ଓ କଲେଜ ଛକରେ ମାଙ୍କ ପୂଜା ଅନୁଷ୍ଠିତ ହୋଇଛି। ରଙ୍ଗବେରଙ୍ଗ ଲାଇଟ୍ ଓ ତୋରଣ ସଜ୍ଜା ଭକ୍ତଙ୍କୁ ଆକୃଷ୍ଟ କରୁଛି।

ସନ୍ଧ୍ୟାରେ ଶହ ଶହ ଭକ୍ତ ମାଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଦୁର୍ଗା ବଜାର ମେଢ଼ ୪୯ ବର୍ଷ ପୂରଣ କରିଥିବା ବେଳେ ଆସନ୍ତା ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି। ଏହା ସହ ବୁଢ଼ାପଙ୍କ, ନୂଆହତା ସନ୍ତ୍ରୀ ଓ ତୁଳସୀ ପାଳ ଗ୍ରାମରେ ମଧ୍ୟ ଦୁର୍ଗା ପୂଜା ପାଳିତ ହେଉଛି।