କଳା ଓ ସଂସ୍କୃତି

ତାଳଚେରରେ ଦୁର୍ଗା ପୂଜା: ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼

By Angul TV Bureau

October 01, 2025

ଅନୁଗୁଳ: ଶାରଦୀୟ ଦୁର୍ଗା ପୂଜା ଅବସରରେ କଳାହୀରାର ସହର ତାଳଚେର ଉତ୍ସବମୁଖର ହୋଇଉଠିଛି। ମା ଦଶଭୂଜାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପୂଜା ମଣ୍ଡପଗୁଡ଼ିକେ ମୁଖରିତ ହୋଇଛି। ଗତକାଲି ମହାଅଷ୍ଟମୀ ପୂଜାରେ ବହୁ ମହିଳା ଶ୍ରଦ୍ଧାଳୁ ମାଙ୍କ ଆରାଧନା କରିଥିବା ବେଳେ ଆଜି ମହାନବମୀ ପାଳିତ ହେଉଛି। ଏମ୍‌ସିଏଲ୍ ବଳରାମ, ହିଙ୍ଗୁଳା, ଭରତପୁର, ଜଗନ୍ନାଥ, ଅନନ୍ତ, ଲିଙ୍ଗରାଜ ଆଦି ୧୧ଟି ପୂଜା ମଣ୍ଡପରେ ମାଙ୍କ ପୂଜା ମହାଆଡ଼ମ୍ବରେ ଅନୁଷ୍ଠିତ ହେଉଛି। ମା ଦୁର୍ଗାଙ୍କ ସହ ମହାଦେବ, ଗଣେଶ, କାର୍ତ୍ତିକେୟଙ୍କ ମୃଣ୍ମୟୀ ପ୍ରତିମା ଶୋଭାପାଉଛି।

ଆକର୍ଷଣୀୟ ଏଲଇଡି ଗେଟ୍ ଓ ସୁଉଚ୍ଚ ତୋରଣ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି। ଶାନ୍ତି-ଶୃଙ୍ଖଳା ପାଇଁ ସିସିଟିଭି ଓ ପୋଲିସ ମୁତୟନ କରାଯାଇଛି। ମଣ୍ଡପ ପାଖରେ ଖେଳନା, ଫାଷ୍ଟଫୁଡ ଓ ଗୁପ୍‌ଚୁପ୍ ଦୋକାନ ଜମୁଛି। ଜଗନ୍ନାଥ ଶିବ ମନ୍ଦିର ପଡ଼ିଆରେ ଦାଣ୍ଡିଆ ନାଇଟ୍ସ କାର୍ଯ୍ୟକ୍ରମରେ ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଶୁଭାରମ୍ଭ କରିଥିଲେ। ବିଜୟାଦଶମୀରେ ସାଉଥବଲଣ୍ଡାରେ ରାବଣ ପୋଡ଼ି ଉତ୍ସବ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।