ଅନୁଗୁଳ: ବିଭିନ୍ନ ଦାବିରେ ଅଲ୍ ଇଣ୍ଡିଆ ଡି.ୱାଇ.ଓ. ସର୍ବଭାରତୀୟ କମିଟି ଆହ୍ୱାନରେ ଦାବି ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନରେ ଡି.ୱାଇ.ଓ. କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଗଠନର ରାଜ୍ୟ ସଭାପତି ମାନସ ପାଳ ବିକ୍ଷୋଭ ସଭାରେ ଯୋଗଦେଇ ଘରୋଇ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାରେ ହେଉଥିବା ଦୁର୍ନୀତି, ପ୍ରଶ୍ନପତ୍ର ଲିକ୍, ବାରମ୍ବାର ପରୀକ୍ଷା ବାତିଲ୍ ଘଟଣାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକାକୁ ସମାଲୋଚନା କରିବାସହ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ପରିଚାଳନା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନିରଞ୍ଜନ ନାୟକଙ୍କ ସମେତ ଜ୍ୟୋସ୍ନା ସାମଲ, ମଳୟ ବେହେରା, ପ୍ରଭାତ ପ୍ରଧାନ, ଆଶିଷ ସାହୁ, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।