ମୁଖ୍ୟ ଖବର

ପୂଜା ଭସାଣିଯାତ୍ରାରେ ଜିଅନ୍ତା କୁକୁଡ଼ା ଖାଇବା: ଅଭିଯୋଗ କଲେ ସ୍ବେଚ୍ଛାସେବୀ

By Biswaranjan Pattnaik

October 17, 2025

ଅନୁଗୁଳ: ବୁଧବାର ଅନୁଗୁଳ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରା ସମୟରେ ଏକ ପୂଜା କମିଟି ପକ୍ଷରୁ ଏକ ଅସୁର ନୃତ୍ୟ ପରିବେଷଣ କରା ଯାଇଥିଲା। ଜଣେ ଅସୁର ଗୋଟିଏ ଜିଅନ୍ତା କୁକୁଡ଼ାଙ୍କୁ ଧରି କିଛି ସମୟ ଉଗ୍ରମୁର୍ତୀରେ ନାଚ କରିବାପରେ ତାକୁ ଫାଡ଼ି ରକ୍ତ ପିଇବା ସହ ଟୁକୁରା ମାଂସକୁ ଏଣେତେଣେ ଫିଙ୍ଗି ଥିଲେ।

ଏହି ଲୋମହର୍ଷଣକାରୀ ଦୃଶ୍ୟ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ସ୍ତବ୍ଧ କରି ଦେଇଥିଲା। ଅନେକ ମହିଳା ଓ ଛୋଟ ପିଲା ଯାଗା ଛାଡ଼ି ପଳାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେଲା ପରେ ଆଜି ଆନିମଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ରୁକେଶ ରୋଷନ ଦାସ ଅନୁଗୁଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଏହି ଘଟଣାର ତଦନ୍ତ କରି ବିହୀତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।