ଅନୁଗୁଳ: ଦୀର୍ଘ ଦିନ ହେବ ଅନୁଗୁଳର ପାର୍କ ଗୁଡ଼ିକର ଉନ୍ନତିକରଣ ହୋଇନାହିଁ। ପାର୍କ ଗୁଡ଼ିକର ସକାଳ ବେଳା ବରିଷ୍ଠ ନାଗରିକ ମାନେ ଚାଲନ୍ତି,ସବୁଜିମାକୁ ଉପଭୋଗ କରନ୍ତି। ତେବେ କିଛି ଦିନ ହେବ ପାର୍କ ଗୁଡ଼ିକର ଉନ୍ନତିକରଣ ନ ହେବା ଫଳରେ ଏସବୁର ଶିରୀ ତୁଟି ଯାଇଛି। ଏଥିନେଇ ଜନ ଅସନ୍ତୋଷ ଦେଖା ଦେବା ପରେ ଇକୋ ପାର୍କ, ଗୋପବନ୍ଧୁ ପାର୍କ ଏବଂ ଅନୁଗୁଳ ହାଇସ୍କୁଲ ସାମନା ଭାଗର ସୌନ୍ଦର୍ଯ୍ୟକରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ଖଣିଜ ପାଣ୍ଠିରୁ ଏସବୁର ଉନ୍ନତି କରଣ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଖୁବ ଶୀଘ୍ର ଡିପିଆର, ଫିଜିବିଲିଟି ରିପୋର୍ଟ ତିଆରି ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଛି।