ମୁଖ୍ୟ ଖବର

ତାଳଚେରରେ ରାସ୍ତା ନିର୍ମାଣ ଦାବିରେ ଦ୍ୱିତୀୟ ଦିନରେ ଅର୍ଥନୈତିକ ଅବରୋଧ

By Angul TV Bureau

October 06, 2025

ତାଳଚେର: ୧୪୯ ନମ୍ବର ଜାତୀୟ ରାଜପଥର ଗୋଡ଼ିବନ୍ଧଠାରୁ ବଅଁରପାଳ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ ଓ ଗୋଡ଼ିବନ୍ଧଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି ଦାବିରେ ତାଳଚେରରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଦ୍ୱିତୀୟ ଦିନରେ ଜାରି ରହିଛି। ପୁର୍ବତନ ସାଂସଦ ମହେଶ ସାହୁଙ୍କ ଆହ୍ୱାନରେ ତାଳଚେର ସଚେତନ ନାଗରିକ ମଞ୍ଚ ଓ ଟ୍ରକ ମାଲିକ ସଂଘ ନୁଆ ବଲଣ୍ଡା ଓ କୋଲ କରିଡ଼ର ରାସ୍ତାରେ ଏନଟିପିସି ରେଳ ଧାରଣାରେ ଧାରଣା ଦେଇଥିଲେ।

ଶ୍ରୀ ସାହୁ ଖାଲଖମଣ ରାସ୍ତାର ମରାମତି ଓ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି। ଏନଟିପିସି କର୍ତ୍ତୃପକ୍ଷଙ୍କୁ ରାସ୍ତା ନିର୍ମାଣ କରିବାକୁ ନଚେତ୍ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରିବାକୁ ସେ ଚେତାବନୀ ଦେଇଛନ୍ତି। ସକାଳ ୮:୩୦ରୁ ୧୦:୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ଆନ୍ଦୋଳନରେ ଟ୍ରକ ମାଲିକ ସଂଘର ଟୁକୁନା ସ୍ୱାଇଁ, ଜୀତେନ୍ଦ୍ର ଭୂତିଆ, ଗଦାଧର ସାହୁ, ବିଜେଡ଼ି ନେତା ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଆନ୍ଦୋଳନ ଯୋଗୁଁ ଏନଟିପିସି ଓ ଜେଆଇଟିପିଏଲକୁ କୋଇଲା ଚାଲାଣ ବନ୍ଦ ହୋଇଥିଲା। ପ୍ରଶାସନ ବା କମ୍ପାନୀ ପକ୍ଷରୁ ପଦକ୍ଷେପ ନ ନେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସାହୁ ଚେତାବନୀ ଦେଇଛନ୍ତି।