ଅନୁଗୁଳ: କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ବୈଠକ ଆୟୋଜିତ ହୋଇଛି। ଏ ଅବସରରେ ୮ ବର୍ଷ ଶାସନରେ ବିକାଶ କାର୍ଯ୍ୟକ୍ରମ ଉପରେ ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ମୋଦି ଶାସନରେ ବିକାଶ ଘରେ ଘରେ ବୋଲି ସେ କହିଥିଲେ।ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ୮ ବର୍ଷ ମଧ୍ୟରେ ଅନୁଗୁଳୁ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟଗୁଡିକୁ ଉଲ୍ଲେଖ କରିଥିଲେ।
ତାଳଚେର ସାର କାରଖାନା ପାଇଁ୧୩ ହଜାର କୋଟି, ତାଳଚେର ଥର୍ମାଲରେ ନୂତନ ପ୍ଳାଣ୍ଟ ବସାଇବା ପାଇଁ ୧୦ ହଜାର କୋଟି, ତାଳଚେର ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ୫ଶହ କୋଟି ଟଙ୍କା, ତାଳଚେର ବିମଳାଗଡ ରେଳପଥ ପାଇଁ ୧୫ ଶହ କୋଟିରୁ ଅଧିକ ଟଙ୍କା ସମେତ ଅନ୍ୟାନ୍ୟ କାମ ପାଇଁ କୋଟି କୋଟି ଟଙ୍କା କେନ୍ଦ୍ର ମଞ୍ଜୁର କରିଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ମନ୍ତୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅମୀୟ ତ୍ରିପାଠୀ, କାଳନ୍ଦୀ ପ୍ରଧାନ, ସୁଦିପ୍ତ ସ୍ୱାଇଁ, ସମୀର ପରିଡା ଓ ଚନ୍ଦ୍ରକାନ୍ତ ଧଳଙ୍କ ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।