ମୁଖ୍ୟ ଖବର

୮୧ ଗ୍ରାମ ବ୍ରାଉନ ସୁଗାର ଜବତ ୩ ଗିରଫ

By Biswaranjan Pattnaik

December 31, 2024

ଅନୁଗୁଳ: ଆଜି ଅନୁଗୁଳ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ହେମସୁରପଡା ଓ ପଞ୍ଚମହଲାରୁ ତିନି ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ମଟର ସାଇକଲ ଜବତ କରାଯିବ ସହ ୮୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। ଏହି ଚଢାଉରେ ଭକ୍ତବତ୍ସଲ ବର୍ମା, ଆଇଆଇସି, ରଂଜିତା ହରିଚନ୍ଦନ, ଗାୟତ୍ରୀ ମାଝୀ ଏସଆଇ ପ୍ରମୁଖ ସାମିଲ ଥିଲେ।