ଘଟଣା ଓ ଦୁର୍ଘଟଣା

ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ, ୨ ଦିନରେ ଖରା ଯୋଗୁ ଗଲାଣି ଦୁଇ ଜଣଙ୍କ ଜୀବନ

By Angul TV Bureau

April 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଟାଙ୍ଗିରି ଗାଁରେ ଅଂଶୁଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତ ହେଲେ ଟାଙ୍ଗିରି ଗାଁର ଉଦ୍ଧବ ବେହେରା(୬୦)।

ସୂଚନା ଅନୁଯାୟୀ, ଉଦ୍ଧବ ବେହେରା ଓ ତାଙ୍କ ସ୍ତ୍ରୀ ଯମୁନା ବେହେରା ଘର ନିକଟସ୍ଥ ଆଉଁଳି ନଦୀରୁ ଗାଧୋଇ ଘରକୁ ଫେରୁଥିବା ବେଳେ ହଠାତ ଉଦ୍ଧବ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଅଂଶୁଘାତ ପାଇଁ ହୋଇଥିବା ନେଇ ପରିବାର ପକ୍ଷରୁ ବାଗଡ଼ିଆ ଥାନାରେ ଅଭିଯୋଗ କରାଯାଇଛି। ଖବର ପାଇ ବାଗଡ଼ିଆ ଥାନା ପୋଲିସ ଛେଣ୍ଡିପଦା ମେଡିକାଲରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦୁଇ ଦିନରେ ୨ ଜଣଙ୍କର ଅଂଶୁଘାତ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।