ଘଟଣା ଓ ଦୁର୍ଘଟଣା

ପାରିବାରିକ କଳହ ପରେ ବୃଦ୍ଧଙ୍କ ଆତ୍ମହତ୍ୟା ସନ୍ଦେହ

By Angul TV Bureau

October 10, 2025

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୋଡ଼ାପଡ଼ା ଗାଁ ନିକଟସ୍ଥ ଜଙ୍ଗଲରୁ ୬୫ ବର୍ଷୀୟ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଝୁଲନ୍ତା ମୃତଦେହ ଛେଣ୍ଡିପଦା ପୋଲିସ ଉଦ୍ଧାର କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି, ଗତ ସୋମବାର ପାରିବାରିକ କଳହ ପରେ ପୂର୍ଣ୍ଣଚନ୍ଦ୍ର ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କର ସନ୍ଧାନ ମିଳି ନଥିଲା।

ଗୁରୁବାର ପୋଡ଼ାପଡ଼ା ନିକଟସ୍ଥ ଜଙ୍ଗଲରେ ତାଙ୍କର ଝୁଲନ୍ତା ମୃତଦେହ ଦେଖାଯିବା ପରେ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପଞ୍ଚନାମା କରିଥିଲା। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି। ଏନେଇ ଛେଣ୍ଡିପଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।