ଅନ୍ୟାନ୍ୟ

କୁଲାଡ଼ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ

By Angul TV Bureau

April 19, 2021

ଅନୁଗୁଳ: ବଅଁରପାଳ ବ୍ଲକ୍ କୁଲାଡ଼ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଆଲୁମିନିୟମ ହାଇସ୍କୁଲ୍ ପରିସରରେ କରୋନା କଟକଣା ସହିତ ଅନୁଷ୍ଠିତ ହୋଇଛି। ସଂଘର ୫ଟି ପଦବି ପାଇଁ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ମୋଟ ୨୮୧ ଜଣ ସଦସ୍ୟଙ୍କ ମଧ୍ୟରୁ ୨୭୬ ଜଣ ମତ ଦାନ କରିଥିଲେ । ମନୋରଂଜନ ଜେନା ସଭାପତି, ତପନ ସାମନ୍ତସିଂ ଉପସଭାପତି, ବାବୁଲି ସ୍ବାଇଁ ସମ୍ପାଦକ, ରାକେଶ ଦେହୁରୀ ସହସମ୍ପାଦକ, ମୁକେଶ ଜେନା କୋଷାଧ୍ୟକ୍ଷ ରୂପେ ବିଜୟ ଲାଭ କରିଛନ୍ତି। ନିର୍ବାଚନ ଅଧିକାରୀ ରୂପେ ସୁରେଶ ମିଶ୍ର, ସତ୍ୟବ୍ରତ ସ୍ବାଇଁ ନିର୍ବାଚନ ପରିଚାଳନା କରିଥିଲେ। ରାଜୀବ ପଟ୍ଟନାୟକ, ଶୁଭ୍ରାଂଶୁ ନାଥ ଏଥିରେ ସହଯୋଗ କରିଥିଲେ। କର୍ମକର୍ତ୍ତାମାନେ ଦୁଇବର୍ଷ ପାଇଁ ନିର୍ବାଚିତ ହୋଇଥିବା ସୂଚନା ଦିଆଯାଇଛି।