ଘଟଣା ଓ ଦୁର୍ଘଟଣା

ସଟ୍ ସର୍କିଟ ଯୋଗୁଁ ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

By Angul TV Bureau

June 19, 2023

ଅନୁଗୁଳ : ଅନୁଗୁଳ ଥାନା ରାଜ୍ ହୋଟେଲ ନିକଟରେ ଥିବା ଏକ ଇଲେକ୍ଟ୍ରିକାଲ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ସଟ୍ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗି ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ଅନୁସାରେ, ରାଜ୍ ହୋଟେଲ ନିକଟରେ ଥିବା ମା’ କନକେଶ୍ୱରୀ ଇଲେକ୍ଟ୍ରିକାଲ ଦୋକାନରେ ରବିବାର ସକାଳେ ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ପ୍ରଥମେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ପରେ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଦୋକାନର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଥିବା ଜଣାଯାଇଛି।