The dead woman's body. Focus on hand

ଘଟଣା ଓ ଦୁର୍ଘଟଣା

ବିନା ସୁରକ୍ଷାରେ ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିଲେ ଶ୍ରମିକ, ୩୦ ଫୁଟ ତଳକୁ ଖସି ପଡ଼ି ଗଲା ଜୀବନ; ଠିକାଦାରଙ୍କୁ ଗିରଫ ଦାବି

By Angul TV Bureau

May 10, 2023

ପାଳଲହଡା: ପାଳଲହଡ଼ା ବନ୍ଧାଭୂଇ ପଞ୍ଚାୟତ ପଟାମୁଣ୍ଡ ଗାଁରେ ୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢ଼ି କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଢେଙ୍କାନାଳ ଅଞ୍ଚଳ ନୂଆ ଗାଁର ମଧୁସୂଦନ ପ୍ରଧାନ (୪୦)। ଗାଁ ଲୋକଙ୍କ ସହାୟତାରେ ମଧୁସୂଦନଙ୍କୁ ପାଳଲହଡା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ ବନ୍ଧାଭୂଇ ପଞ୍ଚାୟତ ପଟାମୁଣ୍ଡ ଗାଁରେ ବିଦ୍ୟୁତ ତାର ଟାଣିବା ଓ ନୂଆ ସଂଯୋଗ ଦେବା ପାଇଁ ଭୁବନେଶ୍ୱରର ଜଣେ କଣ୍ଟ୍ରାକ୍ଟର ଠିକା ନେଇ ଏଗାର ଦିନ ହେବ କାର୍ଯ୍ୟ ଆରମ୍ଭ କରିଥିଲେ। ନୂଆ ବିଦ୍ୟୁତ ଖୁଣ୍ଟ ପୋତା କାର୍ଯ୍ୟ ଚାଲିଥିବା ବେଳେ ତାର ଟାଣିବା ପାଇଁ ଠିକାଦାରଙ୍କ ନିର୍ଦ୍ଦେଶରେ ଆଜି ସକାଳୁ ମଧୁସୂଦନ ଖୁଣ୍ଟକୁ ଚଢ଼ିଥିଲେ। କିନ୍ତୁ ସେ ବିନା ସୁରକ୍ଷାରେ ଖୁଣ୍ଟରେ ଚଢ଼ି ତାର ଟାଣୁଥିବା ବେଳେ ତିରିଶ ଫୁଟ ତଳକୁ ଖସି ପଡିଥିଲେ। ଠିକାଦାରଙ୍କ ଅବହେଳା ଯୋଗୁଁ ମଧୁସୂଦନଙ୍କ ଜୀବନ ଯାଇଥିବାରୁ ଉକ୍ତ ଠିକାଦାରଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି।