ଘଟଣା ଓ ଦୁର୍ଘଟଣା

ଘରେ ଇଲେକ୍ଟ୍ରିକ ଲାଇନ ସଜାଡ଼ିବା ବେଳେ ବିଦ୍ୟୁତ ଆଘାତ, ଯୁବକଙ୍କ ମୃତ୍ୟୁ

By Sanjeeb Biswal

July 08, 2024

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁସୁବା ପଞ୍ଚାୟତ ଭାଲିଆବେଡା ଗାଁରେ ରବିବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ତ୍ରିପୁରାରୀ ନାଏକ (୪୮)।

ସୂଚନା ମୁତାବକ, ତ୍ରିପୁରାରୀ ଘରେ ଇଲେକ୍ଟ୍ରିକ ଲାଇନ ମରାମତି କରୁଥିବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ ଆଘାତରେ ଗୁରୁତର ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ। ଏନେଇ ପରିବାର ପକ୍ଷରୁ ସନ୍ଧ୍ୟାରେ ରେଙ୍ଗାଳି ଥାନା ପୋଲିସକୁ ଜଣାଇଥିଲେ। ଏ ନେଇ ସୋମବାର ପୋଲିସ ୦୨/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମୃତଦେହ ପାଳଲହଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଯବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଆଇଆଇସି ଜୟନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।