ଘଟଣା ଓ ଦୁର୍ଘଟଣା

ଶୌଚ ହେବାକୁ ଯାଇଥିବା ନାବାଳକକୁ କଚାଡ଼ି ଦେଲା ଜଙ୍ଗଲୀ ହାତୀ, ଘଟଣାସ୍ଥଳରେ ଚାଲିଗଲା ଜୀବନ

By Angul TV Bureau

July 18, 2022

ଢେଙ୍କାନାଳ : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ମାତିଛନ୍ତି ହାତୀ। ଜଙ୍ଗଲୀ ହାତୀ ଆକ୍ରମଣରେ ରବିବାର ଏକ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ସଞ୍ଜପଡ଼ା ପଞ୍ଚାୟତ ରକଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ରକଲା ଗ୍ରାମର ଶିବୁନ ମହାପାତ୍ର ଗତକାଲି ସନ୍ଧ୍ୟାରେ ଶୌଚ ହେବା ପାଇଁ ଘର ପାଖ ଜୋରକୁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଶିବୁନକୁ ହାତୀ କଚାଡି ଦେଇଥିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା। ଏ ଘଟଣା ପ୍ରଚାରିତ ହେବା ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।