ଘଟଣା ଓ ଦୁର୍ଘଟଣା

ହାତୀ ଆକ୍ରମଣରେ ମହିଳା ମୃତ

By Biswaranjan Pattnaik

January 14, 2025

ଅନୁଗୁଳ: ସୋମବାର ରାତିରେ ଦେବଗଡ ଜିଲ୍ଲା ରିଆମାଳ ବ୍ଳକ ସଂଘାପୋଷି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ଦିଗାମ୍ବର ବେହେରାଙ୍କ ସ୍ତ୍ରୀ କୁନି ବେହେରା (୫୫)। ସେ ରାତିରେ ପରିସ୍ରା ପାଇଁ ବାଡ଼ି କୁ ଯାଇଥିବା ବେଳେ ମକା ଖାଉଥିବା ହାତୀଟି ହଠାତ କୁନିଙ୍କୁ ଶୁଣ୍ଢରେ ଟେକି ନେଇ କଚାଡି ଦେଇଥିଲା। ଗୁରୁତର କୁନୀଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।