ଅନ୍ୟାନ୍ୟ

ରୋଷେଇ ଘରେ ପଖାଳ ଖାଇଲା, ଘର ଭାଙ୍ଗିଲା ଦନ୍ତା; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

By Sanjeeb Biswal

June 17, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ କଣଲୋଇ ଗ୍ରାମର ଝରଣ ପାର୍କ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଘର ଭାଙ୍ଗିବା ସହ ରୋଷେଇ ଘରୁ ହାଣ୍ଡିରୁ ପଖାଳ ଭାତ ଖାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, କଣଲୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ହାତୀଟି ବାହାରି ବିଳମ୍ବିତ ରାତି ପ୍ରାୟ ୪ଟା ବେଳେ ଝରଣ ପାର୍କ ନିକଟରେ ଥିବା ଗ୍ରାମକୁ ପଶି ଆସିଥିଲା। ଦନ୍ତାଟି ପାର୍କ ନିକଟରେ ଥିବା ଦୂର ବେହେରାଙ୍କ ଘର ନିକଟକୁ ଆସି ରୋଷେଇ ଘରକୁ ଭାଙ୍ଗି ଥିଲା। ପରେ ହାଣ୍ଡିରୁ ବାସିପଖାଳ ଖାଇଥିଲା। ଏହା ଦେଖି ଗ୍ରାମବାସୀ ପାଟି କରିବା ସହ ବନ ବିଭାଗକୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ପାଟିଶୁଣି ହାତୀଟି ଜଙ୍ଗଲ ଆଡ଼କୁ ପଳାଇଥିଲା।