ମୁଖ୍ୟ ଖବର

ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ

By Angul TV Bureau

May 31, 2025

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ। ସୂଚନା ଯେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳସୀରା ଗାଁରେ ବିଦୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ପାଖ ଜଙ୍ଗଲରୁ ଗତ କାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ହାତୀଟି ଗାଁ ନିକଟକୁ ଆସିଥିଲା। ଗାଁରେ ଥିବା ଏକ ଆମ୍ବ ବଗିଚାର ସୁରକ୍ଷା ପାଇଁ ବିଦୁତ ତାର ବିଛା ଯାଇଥିଲା। ଫଳରେ ହାତୀର ଶୁଣ୍ଢରେ ବିଦୁତ ତାର ଲାଗିବା ଦ୍ବାରା ତାର ମୃତ୍ୟୁ ହୋଇଥିଲା। ଖବର ପାଇ ବନ ବିଭାଗ ଘଟଣା ସ୍ତଳରେ ପହଞ୍ଚି ଜଣକୁ ଅଟକ ରଖି ପଚାର ଉଚରା କରୁଥିବାର ସୂଚନା ମିଳିଛି ।