ମୁଖ୍ୟ ଖବର

ଅନୁଗୁଳ ସହରରେ ଦନ୍ତା ହାତୀର ଆତଙ୍କ: ଭୟଭୀତ ଅଞ୍ଚଳବାସୀ

By Angul TV Bureau

May 10, 2026

ଅନୁଗୁଳ: ସହର ଭିତରେ ଦନ୍ତା ହାତୀର ଉତ୍ପାତ। ଅନୁଗୁଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସୌଭାଗ୍ୟନଗର ଅଞ୍ଚଳରେ ଏକ ଦନ୍ତା ହାତୀ ପଶି ଆସିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ରବିବାର ସକାଳୁ ହଠାତ୍ ଜନବସତି ମଧ୍ୟରେ ହାତୀକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ବର୍ତ୍ତମାନ ହାତୀଟି ସହରର ହୋମଗାର୍ଡ ଅଫିସ ଗ୍ରାଉଣ୍ଡରେ ଆଶ୍ରୟ ନେଇଛି।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ହାତୀକୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନ କର୍ମଚାରୀମାନେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ। ଜନଗହଳିପୂର୍ଣ୍ଣ ସହର ଭିତରେ ହାତୀ ବୁଲୁଥିବାରୁ କୌଣସି ଅଘଟଣ ଆଶଙ୍କାରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ହାତୀ ନିକଟକୁ ନଯିବା ସହ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି। ସହର ମଧ୍ୟରେ ହାତୀର ଉପସ୍ଥିତି ଯୋଗୁଁ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଗ୍ରାଉଣ୍ଡ ଚାରିପଟେ ଲୋକଙ୍କ ଭିଡ଼ ଜମୁଥିବାରୁ ପୋଲିସ ମଧ୍ୟ ସଜାଗ ରହିଛି।