ମୁଖ୍ୟ ଖବର

ଭଗାମୁଣ୍ଡାରେ ୪୦ ଟିକିଆ ହାତୀପଲଙ୍କ ଆତଙ୍କ, ସଞ୍ଜ ନଇଁଲେ ଜନବସତି ଆଡ଼କୁ ମୁହାଁଉଥିବାରୁ ଲୋକେ ଭୟଭୀତ

By Angul TV Bureau

February 25, 2025

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଭଗାମୁଣ୍ଡା ନିକଟରେ ଗତ ଦୁଇ ଦିନ ହେବ ୪୦ ଟିକିଆ ହାତୀପଲ ରହିଥିବା ଦେଖାଯାଇଛି। ରଙ୍କାସିଂହା ଅଞ୍ଚଳରୁ ଏହି ହାତୀପଲ ଆସିଥିବା ବେଳେ ଦୁଇ ଦିନ ହେବ ରାସ୍ତାପାର୍ଶ୍ଵରେ ଥିବା ଏକ ବୁଦୁବୁଦିଆ ଜଙ୍ଗଲ ମଧ୍ୟରେ ରହୁଥିଲେ।

ଏହି ହାତୀପଲ ଅନୁଗୁଳ ମହୀଧରପୁର ମୁଖ୍ୟରାସ୍ତା ପାର୍ଶ୍ଵରେ ରହୁଥିବା ବେଳେ ରାତି ସମୟରେ ରାସ୍ତା ଅତିକ୍ରମ କରୁଛନ୍ତି। ବିଳମ୍ବିତ ରାତିରେ ଏହି ରାସ୍ତାରେ ହାତୀମାନେ ବିଚରଣ କରୁଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏଣୁ ଭଗାମୁଣ୍ଡା ଅଞ୍ଚଳରୁ ହାତୀପଲକୁ ଘଉଡ଼ାଇବା ପାଇଁ ଦାବି ହୋଇଛି।