ଘଟଣା ଓ ଦୁର୍ଘଟଣା

ପୁଣି ଅନୁଗୁଳରେ ହାତୀ ଆତଙ୍କ: ରାତି ଅଧରେ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲେ ୩ ହାତୀ

By Angul TV Bureau

August 01, 2024

ଅନୁଗୁଳ: ପୁଣି ଅନୁଗୁଳରେ ହାତୀ ଆତଙ୍କ। ଘର ଭାଙ୍ଗିବା ସହ ଖାଇଗଲେ ଧାନ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଭାଲୁଖାଇଢିପ ଗାଁରେ ପଶି ଘର ଭାଙ୍ଗିଛନ୍ତି ୩ ହାତୀ। କିନ୍ତୁ ସୌଭାଗ୍ୟବଶତଃ ଘରେ ଥିବା ୪ ଜଣଙ୍କ ଜୀବନ ବଞ୍ଚିଯାଇଛି।

ସୂଚନା ମୁତାବକ, ଭାଲୁଖାଇଢିପ ଗାଁର ସର୍ବେଶ୍ବର ବାରିକଙ୍କ ପରିବାରର ୪ଜଣ ସଦସ୍ୟ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ୩ଟି ହାତୀ ଆସି ତାଙ୍କ ଚାଳ ଘର ଭାଙ୍ଗି ଦେଇଛନ୍ତି। ଏଥି ସହ ଗୋଟିଏ ବସ୍ତା ଚାଉଳ ଓ ୨ଟି ବସ୍ତା ଧାନ ଖାଇ ନଷ୍ଟ କରିଛନ୍ତି। ହାତୀ ଭୟରେ ପରିବାର ଲୋକ ବାହାରକୁ ବାହାରି ପାରି ନଥିବା ବେଳେ ପଲଙ୍କ ତଳେ ଲୁଚି ରହିଥିଲେ।

ସେହିଭଳି ହାତୀମାନେ ଚିନ୍ତାମଣି ସାହୁଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ବନ ବିଭାଗ ହାତୀ ଘଉଡ଼ାବାରେ ବିଫଳ ହେଉଥିବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭଯୋଗ କରିଛନ୍ତି। ଏଥିସହ ବନ ବିଭାଗ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।