ଘଟଣା ଓ ଦୁର୍ଘଟଣା

ଦନ୍ତା ହାତୀ ଆକ୍ରମଣରେ ୪ ମଇଁଷି ମୃତ, ଆଗରୁ ଜଣେ ବ୍ୟକ୍ତିଙ୍କୁ ବି କଚାଡ଼ି ମାରିଥିଲା

By Angul TV Bureau

June 04, 2025

ଅନୁଗୁଳ: ଅନୁଗୁଳରେ ପୁଣି ଦନ୍ତା ଆତଙ୍କ। ଗାଁ ଭିତରେ ପଶି ଏକ ଗୋଠ ଛଡ଼ା ଦନ୍ତା ୪ ମଇଁଷିଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି।

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ପାତ୍ରପଡ଼ା ଚାକୁଣ୍ଡା ମୁଣ୍ଡା ସାହିରେ ମଙ୍ଗଳବାର ଏକ ଦନ୍ତା ଧନେଶ୍ୱର ସାହୁଙ୍କର ଗୁହାଳରେ ପଶି ବନ୍ଧା ହୋଇଥିବା ୪ଟି ମଇଁଷିକୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ମଇଁଷିଙ୍କ ମୃତ୍ୟୁ ଘଟିଥିଲା। ମଇଁଷିର ରଡି ଶୁଣି ସ୍ଥାନୀୟ ଲୋକେ ପାଟି କରିବାରୁ ଦନ୍ତା ହାତୀଟି ଜଙ୍ଗଲ ଆଡକୁ ପଳାଇଥିଲା।ତେବେ ଦନ୍ତା ଆକ୍ରମଣରେ ଧନେଶ୍ୱରଙ୍କ ଲକ୍ଷାଧିକ ଟଙ୍କାର ମଇଁଷିଙ୍କ ମୃତ୍ୟୁ ହୋଇଛି। ଏଣୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ତୁରନ୍ତ ତାଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ପ୍ରକାଶ ଯେ ଏହି ଦନ୍ତା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ମଧ୍ୟ କଚାଡ଼ି ମାରିଥିଲା।