ଘଟଣା ଓ ଦୁର୍ଘଟଣା

ଧରମପୁରରେ ହାତୀ ଉପଦ୍ରବ: ଯାଯାବରଙ୍କ ଝୁମ୍ପୁଡ଼ି ଘର ଭାଙ୍ଗିବା ସହ ଦୋକାନକୁ କଲେ ନଷ୍ଟ

By Angul TV Bureau

November 10, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର କେନାଲ୍ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଗୋଟିକିଆ ଗୋଠ ଛଡ଼ା ଦନ୍ତା ହାତୀ ଆସି ଉପଦ୍ରବ କରିଛି। ହାତୀଟି କେନାଲ ପାର୍ଶ୍ୱରେ ଥିବା ଏକ ଦୋକାନ ଭାଙ୍ଗିବା ସହ ପାଖରେ ରହୁଥିବା ଦୁଇଟି ଯାଯାବର ପରିବାରର ଝୁମ୍ପୁଡି ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଫଳରେ ଲୋକେ ଆତଙ୍କିତ ଅଛନ୍ତି। ତେବେ ଏହି ଗୋଟିକିଆ ଦନ୍ତା ହାତୀଟି ବର୍ତ୍ତମାନ କଙ୍କିଳି ପଞ୍ଚାୟତ ଆଡ଼କୁ ଯାଇଥିବା ବେଳେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି।

ଅନ୍ୟପଟେ ଯାଯାବର ମାନେ ଓ ଦୋକାନର ମାଲିକ କ୍ଷତି ପୂରଣ ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି।