ଅନୁଗୁଳ: ଅନୁଗୁଳ ସହର ହୁଲୁରିସିଙ୍ଗା ଗାଁ ଭିତରେ ଗତ କାଲି ରାତି ପ୍ରାୟ ୨ଟା ସମୟରେ ୨୧ଟି ଜଙ୍ଗଲୀ ହାତୀ ପଶି ଯାଇଥିବା ଜଣାପଡିଛି। ତେବେ ହାତୀ ଗୁଡିକ ନିକଟସ୍ଥ ମନ୍ଦରଗିରି ପାହାଡ଼ରୁ ଆସିଥିବା ବେଳେ ପୁଣି ଉକ୍ତ ପାହାଡ଼କୁ ଫେରି ଯାଇଥିବା ବନବିଭାଗ ପକ୍ଷରୁ ଖବର ମିଳିଛି। ରାତି ଅଧରେ ହାତୀକୁ ଦେଖିବା ପାଇଁ ଶହଶହ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଭୟରେ ରାତ୍ରି ଯାପନ କରିଥିଲେ। ଜନ ବସତି ଭିତରକୁ ହାତୀ ପଶି ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପଟେ ବନବିଭାଗ ହାତୀକୁ ଟ୍ରାକ କରିବାରେ ଅସଫଳ ହେବାରୁ ଜନ ବସତି ମଧ୍ୟକୁ ହାତୀ ପଶିଥିବା ଲୋକେ ଅଭିଯୋଗ ଆଣିଛନ୍ତି। ଏହି ହାତୀପଲ କାହାର କୌଣସି କ୍ଷତି କରି ନଥିବା ଜଣାପଡିଛି।