ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ଉପଦ୍ରବ। ଆଜି ସକାଳେ କାଙ୍ଗୁଲା ଗ୍ରାମ ନିକଟରେ ଗୋଟିକିଆ ଦନ୍ତା ହାତୀ ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକମାନେ ସାଧାରଣତଃ ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ଧାନ ସହ ବିଭିନ୍ନ ପନିପରିବା ଏମାନଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇଥାଏ। ଏଭଳି ସ୍ଥିତିରେ ଅଞ୍ଚଳକୁ ହାତୀ ଆସିବା ସେମାନଙ୍କ ଫସଲ ପ୍ରତି ବିପଦ ସୃଷ୍ଟି କରିଛି। ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ହାତୀ ଜମିରେ ପଶି ଫସଲ ଖାଇବା ସହ ବ୍ୟାପକ ନଷ୍ଟ କରିଥାନ୍ତି। ଏଣୁ ଏବେ ପୁଣି ହାତୀ ଦେଖିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।