ମୁଖ୍ୟ ଖବର

ଧାନ ପରେ ଏବେ ଅନୁଗୁଳ ଅଞ୍ଚଳରେ ପରିବା ଉଜାଡୁଛନ୍ତି ହାତୀ ପଲ, ବନ ବିଭାଗ ନିରବଦ୍ରଷ୍ଟା

By Angul TV Bureau

November 16, 2024

ଅନୁଗୁଳ: ଅନୁଗୁଳ ଅଞ୍ଚଳରେ ହାତୀଙ୍କ ଉତ୍ପାତ ଧୀରେ ଧୀରେ ବଢ଼ିବାରେ ଲାଗିଛି। କେତେବେଳେ ହାତୀମାନେ ଧାନ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘରେ ପଶି ଯାଉଛନ୍ତି। ଅନୁଗୁଳ ବନଖଣ୍ଡ ଶାବଳ ଭଙ୍ଗା ଗ୍ରାମରେ ଆଜି କିଛି ହାତୀ ପଲ ପଶି ଚାଷୀଙ୍କ ବାଡ଼ ଭାଙ୍ଗିବା ସହ କଦଳୀ ଗଛ, ସଜନା ଗଛ କାକୁଡ଼ି, ବାଇଗଣ ସାଗ, ହରଡ଼ ପ୍ରଭୃତି ଏକର ଏକର ଫସଲ ନଷ୍ଟ କରିଦେଇଛନ୍ତି।

ଚାଷୀଙ୍କ କହିବା କଥା, ଗତ କାଲି ବିଳମ୍ବିତ ରାତିରେ ହାତୀ ଆସି ଏସବୁ ଫସଲ ନଷ୍ଟ କରିଛନ୍ତି। ପାଖରେ ବନ କର୍ମଚାରୀ ଥାଇ ମଧ୍ୟ କିଛି କରିପାରିଲେ ନାହିଁ। ସେମାନେ ହାତୀ ଘଉଡାଇବେ କ’ଣ କେବଳ ଦେଖଣାହାରୀ ସାଜି ଏସବୁକୁ ଦେଖୁଥାନ୍ତି। ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହେଇଛି। ଏଣୁ ପ୍ରଶାସନ ଏହାର ସଠିକ ତଦନ୍ତ କରି କ୍ଷତି ପୂରଣ ଯୋଗାଇ ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।

ତୁରନ୍ତ ଏ ଅଞ୍ଚଳରୁ ହାତୀ ନ ଘଉଡ଼େଇଲେ ଆଗାମୀ ଦିନରେ ଗ୍ରାମବାସୀ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।