ମୁଖ୍ୟ ଖବର

ଘର ଅଗଣାରେ ପଶି ଗ୍ରୀଲ ଭାଙ୍ଗିଲା ଗୋଟିକିଆ ଦନ୍ତା ହାତୀ

By Angul TV Bureau

September 08, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ନୂଆସାହି ଗାଁରେ ଗୋଟିକିଆ ଦନ୍ତା ହାତୀ ପଶି ଉତ୍ପାତ କରୁଛି। ଫଳରେ ଗାଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଘର ଅଗଣାରେ ପଶି ଗ୍ରୀଲ ଭାଙ୍ଗିଥିଲା ଗୋଟିକିଆ ଦନ୍ତା ହାତୀ। ହାତୀ ଆସୁଥିଲେ ମଧ୍ୟ ଲୋକମାନେ ସୂଚନା ପାଉନଥିବା ଅଭିଯୋଗ ହୋଇଛି।