ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ଥମିବାର ନାଁ ନେଉନାହିଁ। ପ୍ରତି ମାସରେ ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ପାଳଲହଡ଼ା ବ୍ଲକ ଅଞ୍ଚଳରେ ଗତ ଦୁଇ ଦିନ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ପାଳଲହଡ଼ା ବ୍ଲକ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ରୁନୁ ପେଣ୍ଠେଇ (୩୨) ଏବଂ ବାଲିପଶି ପଞ୍ଚାୟତ ଜୟପୁର ଗ୍ରାମର ସିଦ୍ଧେଶ୍ୱର ଶୁଣ୍ଢୀ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଲଗାତାର ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।
ଏହି ଦୁଃଖଦ ଘଟଣାକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଉଭୟ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ପରିବାରର ଜଣେ ସଦସ୍ୟଙ୍କୁ ବନ ବିଭାଗରେ ଠିକା ନିଯୁକ୍ତି ଦେବା ପାଇଁ ସେ ଦେବଗଡ଼ ଡିଏଫ୍ଓଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି।