ମୁଖ୍ୟ ଖବର

ତୁରଙ୍ଗ ଗ୍ରାମରେ ହାତୀ ଆତଙ୍କ, ଖାଇଗଲେ ପରିବା ଫସଲ

By Angul TV Bureau

December 22, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମରେ ହାତୀ ଆତଙ୍କ। ହାତୀଙ୍କ ଉପଦ୍ରବ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ସୂଚନା ମୁତାବକ, ଗୁରୁବାର ରାତିରେ ତୁରଙ୍ଗ ଗ୍ରାମକୁ ତିନୋଟି ଦାନ୍ତ ହାତୀ ଆସିଥିବାର ଗ୍ରାମବାସୀ ଦେଖିଥିଲେ। ସେମାନେ ତୁରଙ୍ଗ ସ୍କୁଲ ପଛ ପାଖ ଆମ୍ବ ବଗିଚାରେ ରହି ଥିଲେ। ହାତୀଙ୍କୁ ଦେଖି ଗାଁ ଲୋକେ ଭୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ସେ ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ହାତୀ ରହିଥିବା ଅଞ୍ଚଳକୁ ନ ଯିବା ପାଇଁ ବାରଣ କରିଥିଲେ। ବନ ବିଭାଗ ପହଞ୍ଚି ହାତୀକୁ ଜଗି ରହିଛନ୍ତି। ତେବେ ସନ୍ଧ୍ୟାରେ ହାତୀମାନେ ଜମିରୁ ପନିପରିବା ଖାଇବା ସହ ନଷ୍ଟ କରିଥିବା ନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି।