ମୁଖ୍ୟ ଖବର

ଶିକାରୀଙ୍କ ଗୁଳିରେ ଦନ୍ତା ହାତୀ ମୃତ, ବନ ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ?

By Angul TV Bureau

December 15, 2025

ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଛନ୍ତି। ସପ୍ତାହେ ତଳେ ଶିକାରୀ ଫାସରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକରେ ପୁଣି ଏକ ଦନ୍ତାକୁ ହତ୍ୟା କରାଯାଇଛି।

ସୂଚନା ମୁତାବକ, ଅନୁଗୁଳ ବନଖଣ୍ଡ ପୋକୁଣ୍ଡା ସେକ୍ସନ ମାଣିକଯୋଡି ଗାଁ ନିକଟରେ ଅଘଟଣ ଘଟିଛି। ଏକ ଦନ୍ତା ହାତୀ ମାଣିକଯୋଡି ଗାଁର ବଳିଆପଶି ଅଞ୍ଚଳକୁ ଆସିଥିବା ବେଳେ ଶିକାରୀମାନେ ତାକୁ ଗୁଳି କରିଥିଲେ। ଫଳରେ ହାତୀଟି ଗୁଳି ମାଡ଼ରେ ଟଳି ପଡିଥିଲା। ଆଜି ସକାଳେ ଘଟଣା ସମ୍ପର୍କରେ ଜଣା ପଡିବା ପରେ ରେଞ୍ଜରଙ୍କ ସହିତ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ବାଘ ପରେ ହାତୀକୁ ହତ୍ୟା ଘଟଣା ବନ ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି।