ଘଟଣା ଓ ଦୁର୍ଘଟଣା

ଛେଣ୍ଡିପଦାରେ ହାତୀ ଉତ୍ପାତ; ଅଳ୍ପକେ ବର୍ତ୍ତିଲେ ସ୍କ୍ୱାଡ୍ କର୍ମଚାରୀ

By Angul TV Bureau

August 10, 2026

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇପାଳ ଗ୍ରାମରେ ହାତୀ ଆତଙ୍କ। ଗ୍ରାମର ଜଣଙ୍କ ଘର ବାଡ଼ିରେ ୪ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ଏହି ସମୟରେ ହାତୀ ଘଉଡ଼ାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହାତୀ ସ୍କ୍ୱାଡ୍ ସଞ୍ଜୟ ସାମଲ। ତେବେ ଉତ୍ତ୍ୟକ୍ତ ହାତୀପଲ ସଞ୍ଜୟଙ୍କ ଏକ ମୋଟରସାଇକେଲକୁ ଭାଙ୍ଗି ଚୂରମାର କରି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ଜାରି ରହିଛି। ପାତ୍ରଖାଲ, ରଙ୍ଗାମାଟିଆ, ମାଝୀଗୋଠ, ସରପାଳ ଏବଂ ବାମନାଳି ଆଦି ପଞ୍ଚାୟତରେ ହାତୀପଲ କ୍ଷତି ଘଟାଉଛନ୍ତି। ଗତକାଲି ରାତିରେ ଏକ ୬ ଟିକିଆ ହାତୀପଲ ରଙ୍ଗମାଟିଆ ସାହିରେ ପଶିଥିବା ବେଳେ ବନ ବିଭାଗର ହାତୀ ସ୍କ୍ୱାଡ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ହାତୀମାନେ ପାଲଟା ଆକ୍ରମଣ କରିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି। ବାରମ୍ବାର ଏପରି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ବନ ବିଭାଗ ଚିନ୍ତାରେ ପଡ଼ିଛି।