ମୁଖ୍ୟ ଖବର

ଆଠମଲ୍ଲିକରେ ପୁଣି ହାତୀ ଉପଦ୍ରବ: କଦଳୀ ବଗିଚାରେ ପଶି ୫୦ ଗଛକୁ କଲେ ନଷ୍ଟ

By Angul TV Bureau

December 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଧପୁର ରେଞ୍ଜ କନ୍ଧପଡ଼ା ଗ୍ରାମରେ ପୁଣି ହାତୀ ଆତଙ୍କ। ଗତ କିଛି ଦିନ ହେଲା ନିକଟସ୍ଥ ଜଙ୍ଗଲ ରୁ ୫/୬ ଟି ହାତୀ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ରବିବାର ରାତିରେ ହାତୀପଲ ଗ୍ରାମର ଅନନ୍ତ ମହାକୁଡ଼ଙ୍କ କଦଳୀ ବଗିଚାରେ ପଶି ୫୦ ରୁ ଅଧିକ କଦଳୀ ଗଛ ଭାଙ୍ଗିଛନ୍ତି। ବନ ବିଭାଗ ହାତୀଙ୍କୁ ଘଉଡ଼ାଉ ନଥିବା ଯୋଗୁଁ ଏଭଳି କ୍ଷତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।