ଅନୁଗୁଳ: ସୋମବାର ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଶରଧାପୂର ପଞ୍ଚାୟତର ବଳରାମପୁର ଠାରେ ଥିବା ଅଶୋକ ରାୟଙ୍କ ଫାର୍ମ ହାଉସକୁ ପଲେ ହାତୀ ଚାଲି ଆସିଥିଲେ। ସେମାନେ ଆମ୍ବ,କଦଳୀ ଓ ଅନ୍ୟାନ୍ୟ ଗଛ ପତ୍ର ଭାଙ୍ଗିବା ସହ ଆତଙ୍କ ଖେଳାଉଥିଲେ। ହାତୀଙ୍କ ଉତ୍ପାତ ଦେଖି ଫାର୍ମ ହାଉସ କର୍ମଚାରୀ ମାନେ ଭୟରେ ସେଠାରେ ଥିବା ଘର ଛାତ ଉପରକୁ ପଳାଇଥିଲେ। ସୂଚନାଯୋଗ୍ୟ ବନ୍ତଳା ଅଞ୍ଚଳରେ ହାତୀଙ୍କ ଉତ୍ପାତ ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।