ମୁଖ୍ୟ ଖବର

ସନ୍ଥପଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ, ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରିବାକୁ ସରପଞ୍ଚଙ୍କ ଚେତାବନୀ

By Angul TV Bureau

November 29, 2023

ତାଳଚେର: ତାଳଚେର ବ୍ଲକରେ ଦିନକୁ ଦିନ ବ୍ୟାପକ ହେଉଛି ହାତୀ ଉପଦ୍ରବ। ହାତୀ ଯୋଗୁ ସନ୍ଥପଡ଼ା ପଞ୍ଚାୟତ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟତଃ ୫୦ ରୁ ୬୦ ହାତୀପଲ ଦୀର୍ଘ ଦିନ ହେବ ସନ୍ଥପଡ଼ା ଅଞ୍ଚଳରେ ରହି ସନ୍ଥପଡ଼ା, ଝାଡ଼ିଆମ୍ବା, ଦାଶନାଳୀ, ଟୋଲୋକଲୁହୁଣ୍ଡି ଆଦି ସବୁ ଗ୍ରାମରେ ଶହ ଶହ ଏକର ଜମିରେ ହୋଇଥିବା ଧାନ ଫସଲକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଛନ୍ତି। ସେହିଭଳି ହାତୀ ଭୟରେ ଲୋକେ ରାତିରେ ଘରୁ ବି ବାହାରି ପାରୁନାହାନ୍ତି। ଏହି ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ ସହଦେବ ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ତାଳଚେର ଉପ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ହାତୀ ଯୋଗୁଁ ଫସଲ ନଷ୍ଟର ଉପଯୁକ୍ତ କ୍ଷତିପୂରଣ, ହାତୀପଲକୁ ସନ୍ଥପଡା ପଞ୍ଚାୟତରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଲିଖିତ ଭାବେ ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନାହିଁ। ଏଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ସନ୍ଥପଡା ପଞ୍ଚାୟତବାସୀ ବିରାଟ ଜନ ଆନ୍ଦୋଳନ କରିବେ ବୋଲି ସରପଞ୍ଚ ସହଦେବ ସାହୁ ଚେତାବନୀ ଦେଇଛନ୍ତି।