ମୁଖ୍ୟ ଖବର

ବନ୍ତଳା ବନାଞ୍ଚଳରେ ମାତିଛନ୍ତି ୩୧ ଟିକିଆ ହାତୀପଲ, ଚାଷୀ ହନ୍ତସନ୍ତ

By Angul TV Bureau

August 18, 2022

ଅନୁଗୁଳ: କିଛି ଦିନ ବ୍ୟବଧାନରେ ଏବେ ପୁଣିଥରେ ସ୍ଥାନୀୟ ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ। ଏଠାରେ ୩୧ଟିକିଆ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ଏକର ଏକର ଧାନ ଫସଲକୁ ଦଳି ମକଚି ନଷ୍ଟ କରୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ବନ୍ତଳା ବନାଞ୍ଚଳ ବସଲା, ବେଡାଶାସନ ଓ ଇଙ୍କରବନ୍ଧ ପଞ୍ଚାୟତରେ ହାତୀ ଉପଦ୍ରବରେ ପ୍ରତିଦିନ ଏକର ଏକର ଧାନ ଫସଲ ନଷ୍ଟ ହେଉଛି। ହାତୀପଲ ଗାଁ ଶ୍ମଶାନଘାଟ ନିକଟରେ ରହୁଥିବା ବେଳେ ସେହି ଅଞ୍ଚଳରେ ଥିବା ଧାନ ଜମିକୁ ଦଳି ଦେଇଛନ୍ତି। ଏହି ହାତୀପଲରେ ୩୧ଟି ହାତୀ ଥିବା କୁହାଯାଉଛି। ତେବେ ଏହି ହାତୀ ପଲଙ୍କ ଯୋଗୁ ଚାଷୀଙ୍କର ବର୍ଷକର ପରିଶ୍ରମ ଉଜୁଡ଼ି ଯାଇଥିବାରୁ ସେମାନେ ଦୁଃଖ ପ୍ରକାଶ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି।