ମୁଖ୍ୟ ଖବର

ତାଳଚେରର ସଇନାଳି ଛକରେ ସକାଳୁ ଉତ୍ପାତ ହେଉଛନ୍ତି ହାତୀପଲ, ଭାଙ୍ଗିଲେ ଘର ଓ ଦୋକାନ

By Angul TV Bureau

March 11, 2023

ତାଳଚେର: ତାଳଚେରର ସଇନାଳି ଛକରେ ଆଜି ଭୋରରୁ ହାତୀ ଉପଦ୍ରବ ଦେଖାଦେଇଛି। ଆଜି ସକାଳେ ୧୩ ରୁ ୧୪ ପଟ ହାତୀ ତାଳଚେର କଙ୍କିଳିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଦୋକାନ ଘର ଭାଙ୍ଗିଦେଇଛନ୍ତି।

ସୂଚନା ମୁତାବକ, ତାଳଚେର ଗୋଡ଼ିବନ୍ଧ ମଧ୍ୟରେ ଥିବା ସମଲ ବ୍ୟାରେଜର ଦକ୍ଷିଣ ଶାଖା କେନାଲର ସଇନାଳି ଛକରେ ଥିବା ଦୋକାନଗୁଡିକୁ ୧୩ ରୁ ୧୪ ପଟ ହାତୀ ଆସି ନଷ୍ଟ କରିଛନ୍ତି। ଖବର ପାଇ ବନ ବିଭାଗ ପହଞ୍ଚି ହାତୀମାନଙ୍କ ଉପରେ ନଜର ରଖିଛନ୍ତି। ଅନ୍ୟପଟେ ବନ ବିଭାଗ କର୍ମଚାରୀଙ୍କ ଅପାରଗତା କାରଣରୁ ଏପରି ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।