ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ କାନ୍ତପଡା ଗ୍ରାମରେ ଗୁରୁବାର ରାତିରେ ହାତୀ ଉପଦ୍ରବ କରିଛନ୍ତି। ନିକଟସ୍ଥ ଜଙ୍ଗଲରୁ ହାତୀପଲ ଗ୍ରାମାଭିମୁଖୀ ହୋଇ ଗ୍ରାମର ଆନନ୍ଦ ପ୍ରଧାନ, ଆଜିତ ପ୍ରଧାନ, ବ୍ରଜବନ୍ଧୁ ପ୍ରଧାନ, ରୋହିତ ପୋଢ, ବିଚିତ୍ରା ସାହୁ, ସନ୍ତୋଷ ମିଶ୍ର, ବିରେନ ପ୍ରଧାନ, ସୁକାନ୍ତୀ ନାୟକ, ସୁନୀଲ ସାହୁ, ମାନସ ପ୍ରଧାନଙ୍କ ୬ ଏକର ଫସଲ ନଷ୍ଟ କରିଦେଇଛନ୍ତି। ଏଥ୍ସହ ପନିପରିବା ଫସଲ ଦଳି ଚକିଟି ଦେଇଛନ୍ତି। ହାତୀ ଉପଦ୍ରବ ରୋକିବା ପାଇଁ ଗ୍ରାମବାସୀ ବନବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ରାତି ଅନିଦ୍ରା ରହି ଗ୍ରାମବାସୀ ହାତୀ ଘଉଡାଉଛନ୍ତି। ଏମିତି ହେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ବିଭାଗକୁ ଚେତାବନୀ ଦେଇଛନ୍ତି। ଏ ନେଇ ରେଞ୍ଜର ରବି ନାରାୟଣ ମହାନ୍ତି କହିଛନ୍ତି, ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ। କ୍ଷତିଗ୍ରସ୍ତ ଚାଷୀମାନେ ଅନ୍ଲାଇନ୍ରେ କ୍ଷତି ପୂରଣ ପାଇଁ ଆବେଦନ କରନ୍ତୁ।