ମୁଖ୍ୟ ଖବର

ଗ୍ରାହକଙ୍କ ଜମା ଟଙ୍କା ହଡ଼ପ: ଡାକ କର୍ମଚାରୀଙ୍କୁ ୩ ବର୍ଷ ଜେଲ୍

By Angul TV Bureau

November 14, 2026

ଅନୁଗୋଳ: ଡାକଘର ଗ୍ରାହକଙ୍କ ଜମା ଟଙ୍କା ହଡ଼ପ ମାମଲାରେ ଜଣେ ଡାକ କର୍ମଚାରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ହୋଇଛି। ଅଭିଯୁକ୍ତ ହେଲେ ପୁରୁଣାଗଡ଼ ଶାଖା ଡାକଘରର ପୂର୍ବତନ ଜିଡିଏସ୍ କର୍ମଚାରୀ ଅଶ୍ୱଥାମା ନାୟକ।

ମାମଲାର ବିବରଣୀ ଅନୁଯାୟୀ, ୨୦୧୫ ଜୁଲାଇ ୨୮ ତାରିଖରେ ଅରକ୍ଷିତ ସାହୁ ଓ ଟୁଟୁଲାର ସାହୁଙ୍କ ଯୁଗ୍ମ ଆକାଉଣ୍ଟରେ ୮୫ ହଜାର ଟଙ୍କା ଜମା ହୋଇଥିଲା। ଅଭିଯୁକ୍ତ ଜଣକ ଜମା ରସିଦରେ ଚଞ୍ଚକତା କରି ୮୫ ହଜାର ବଦଳରେ ୮,୫୦୦ ଟଙ୍କା ଦର୍ଶାଇ ୭୬,୫୦୦ ଟଙ୍କା ହଡ଼ପ କରିଥିଲେ।

ଘଟଣା ଜଣାପଡ଼ିବା ପରେ ପୋଷ୍ଟାଲ ନିରୀକ୍ଷକ ସଞ୍ଜୀବ କୁମାର ପ୍ରଧାନ ବନ୍ତଳା ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ପରେ ମାମଲା ଅନୁଗୋଳ କୋର୍ଟରେ ପହଞ୍ଚିଥିଲା। ମାନ୍ୟବର ବିଚାରପତି ଶରତ କୁମାର ଜେନା ଶୁକ୍ରବାର ମାମଲାର ବିଚାର କରି ଉକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ପ୍ରଦୀପ କୁମାର ଦେବତା ଓ ସହଯୋଗୀ ଶିବରାମ ଦେହୁରୀ ମାମଲା ପରିଚାଳନା କରିଥିଲେ।