ପ୍ରତିଭା ଓ ବ୍ୟକ୍ତିତ୍ୱ

ବିଶିଷ୍ଟ ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କ ପରଲୋକ, ଅଞ୍ଚଳରେ ଶୋକ

By Angul TV Bureau

October 23, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କୁଲେଇ ଗ୍ରାମର ଜଣେ ଜଣାଶୁଣା ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କର ଗୁରୁବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ବାତାବରଣ ଖେଳିଯାଇଛି।

ସେ ତାଳଚେର ଅଞ୍ଚଳର ହାଣ୍ଡିଧୂଆଁ ହାଇସ୍କୁଲ, ଯୁବରାଜ ହାଇସ୍କୁଲ, କଣିହାଁ ପବିତ୍ର ମୋହନ ହାଇସ୍କୁଲ ଓ ସମଲ ହାଇସ୍କୁଲ ସମେତ ଅନେକ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ସେ ଜଣେ ଦକ୍ଷ, ନିଷ୍ଠାପର ଏବଂ ଛାତ୍ରମାନଙ୍କୁ ଭଲ ପାଉଥିବା ଶିକ୍ଷକ ଭାବେ ବେଶ୍ ପରିଚିତ ଥିଲେ।

ତାଙ୍କ ଶେଷ ଦର୍ଶନ ପାଇଁ ବହୁ ପୂର୍ବତନ ଛାତ୍ରଛାତ୍ରୀ, ପୂର୍ବତନ ସାଂସଦ ମହେଶ ସାହୁ ଏବଂ ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚିଥିଲେ।