ଅନ୍ୟାନ୍ୟ

ବିଦ୍ୟୁତଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ

By Angul TV Bureau

December 27, 2020

କଣିହାଁ : କଣିହାଁସ୍ଥିତ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମଙ୍କ ସହ ଏକ ଭାବବିନିମୟକାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ପ୍ରକଳ୍ପର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟୁତଶକ୍ତି ଦୀର୍ଘସ୍ଥାୟୀ ରୂପେ ଯୋଗାଣ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ। ଏନଟିପିସିକୁ ଆବଶ୍ୟକ ହେଉଥିବା ଇନ୍ଧନର ଅଭାବ ପୂରଣ ନିମନ୍ତେ ଅତ୍ୟାଧୁନିକ ପଦ୍ଧତିରେ ୱାଗନ ଟିପ୍ରଲର ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି । ଏହାଦ୍ବାରା କୋଇଲା ସହଜରେ ଖଲାସ କରାଯାଇପାରିବ। ଉତ୍ପାଦନ ବୃଦ୍ଧି ପାଇବା ଏନ୍‌ଟିପିସି ମଧ୍ୟ କର୍ମଚାରୀଙ୍କ ନିରାପତ୍ତା ପ୍ରତି ଅଧିକ ଧ୍ୟାନ ଦେବା ସହିତ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି । କାରଖାନାରୁ ନିର୍ଗତ ପାଉଁଶ ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର କରାଯାଇପାରିବ ବୋଲି ଶ୍ରୀ ନାଗ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ.ଏସ୍ ରାଓ, ଜିଏମ୍ (ଓ ଆଣ୍ଡ ଏମ୍), ଶିବମ୍ ଶ୍ରୀବାସ୍ତବ, ଜିଏମ୍ (ଏଫଏମ୍), ଗଜଧର ସିଂ, ଜିଏମ୍ (ଏଚ୍ଆର୍) ଏବଂ ଏସ୍ ମୁରୁଗାନ୍, ଜିଏମ୍(ଟିଏସ୍) ପ୍ରମୁଖ ଉପସ୍ଥିତ ଥିଲେ।