ଅନ୍ୟାନ୍ୟ

ମା’ ମାହେଶ୍ୱରୀ ମନ୍ଦିରର ହୁଣ୍ଡି ଚୋରି ପରେ ପ୍ରଶାସନ ତତ୍ପର, ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ୱ

By Angul TV Bureau

October 19, 2022

ଆଠମଲ୍ଲିକ : ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ ମନ୍ଦିର ଭିତରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣାକୁ ନେଇ ମଙ୍ଗଳବାର ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ କମିଟି ସଭ୍ୟଙ୍କୁ ନେଇ ଅନୁଷ୍ଠିତ ହୋଇଛି। ମାହେଶ୍ୱରୀ ମନ୍ଦିର ଭିତରେ ଥିବା ଦାନହୁଣ୍ଡିକୁ ଗତ ଶୁକ୍ରବାର ରାତିରେ ଦୁର୍ବୃତ୍ତ ଉତ୍ତର କବାଟ ତାଡ଼ି ଚୋରି କରିନେଇଥିବା ଘଟଣାକୁ ବୈଠକରେ ତୀବ୍ରନିନ୍ଦା କରାଯାଇଥିଲା। ମନ୍ଦିରର ସୁରକ୍ଷା ପାଇଁ କାଠ କବାଟ ବଦଳରେ ଲୁହା କବାଟ, ଲୁହା ଗ୍ରୀଲ, ବିଭିନ୍ନ ମୁଖ୍ୟ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଇବା, ଦକ୍ଷିଣ ପାର୍ଶ୍ଵ ପାଚେରୀକୁ ଆଉ ଉଚ୍ଚ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ମା’ ମାହେଶ୍ୱରୀଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଦେବୋତ୍ତର ସହାୟକ ନଗେନ ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ମାହେଶ୍ୱରୀ ମନ୍ଦିର ଚୋରି ଘଟଣାର ତୁରନ୍ତ ପର୍ଦ୍ଦାଫାଶ କରିବାକୁ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହାୟକ ଜିଲ୍ଲାପାଳ କୁଳମଣି ଦଳାଇ, ସଭ୍ୟ ଅସିତ ରଞ୍ଜନ ଦେଓ, ଅଞ୍ଜନ କୁମାର ପ୍ରଧାନ, ପୀତବାସ ସାହୁ, ସୁଶାନ୍ତ କୁମାର ମହାପାତ୍ର, ଚିତ୍ତରଞ୍ଜନ କର୍ଣ୍ଣ, ଏନଏସି କର୍ମଚାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।