ଅନ୍ୟାନ୍ୟ

ନାଲ୍‌କୋ ସିଏମ୍‌ଡିଙ୍କ ନିକଟରେ ଅଫିସର ସଂଘର ଦାବି

By Angul TV Bureau

May 21, 2021

ଅନୁଗୁଳ: ନାଲ୍‌କୋରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟିକା ଦିଆଯାଉ । କରୋନାରେ ୩୫୦ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ଏବେ ୩୦ରୁ ଅଧିକ ନାଲକୋ କର୍ମଚାରୀ ଚିକିତ୍ସାଧୀନ ଅଛନ୍ତି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ତୁରନ୍ତ ଟିକା ଯୋଗାଇ ଦିଆଯାଉ ବୋଲି ନାଲକୋ ଅଫିସର ସଂଘ ପକ୍ଷରୁ ନାଲକୋ ସିଏମ୍ଡ଼ିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଏଯାବତ ନାଲକୋର ଅନେକ କର୍ମଚାରୀ ପ୍ରଥମ ଡୋଜ୍ ଟିକା ସୁଦ୍ଧା ପାଇନଥି ବାରୁ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ସଭାପତି ପ୍ରସନ୍ନ ମଲ୍ଲିକ, ସମ୍ପାଦକ ନଳିନୀକାନ୍ତ ପଣ୍ଡା,ଉପସଭାପତି ବନମାଳୀ ସେଠୀ, ଯୁଗ୍ମ ସମ୍ପାଦକ କିଶୋର କୁମାର ବେହେରା, ମୋକେସ୍ କେର୍କେଟା, କୋଷାଧ୍ୟକ୍ଷ ଗୌତମ ନାୟକ, ସଦସ୍ୟ ଅଶୋକ ମୁଦୁଲି, ପ୍ରତ୍ୟୁଷ ପତି ପ୍ରମୁଖ ଦାବି କରିଛନ୍ତି । ସୂଚନାଥାଉକି, ଗତ କିଛି ଦିନ ହେଲା ବଅଁରପାଳ ବ୍ଳକ ସଂକ୍ରମଣର ହଟସ୍ପଟ୍ ପାଲଟିଥିଲା। ସଂକ୍ରମଣ ତାଲିକାରେ ବଅଁରପାଳ ବ୍ଳକ୍ ଜିଲ୍ଲାରେ ଶୀର୍ଷରେ ରହିଥିଲା।